I was born for Relearn, Recommence and Reattempt. I am an aim.Its authentic. ---Siba k.Panda
Wednesday, 27 September 2017
Poem Title: Abhinandan / ଅଭିନନ୍ଦନ
ଅଭିନନ୍ଦନ
Title of poem: Abhinandan,By Siba k Panda
ଝଲସୁଛି ଆଜି ଆଲୋକରେ ଆମ ରେଶମୀ ସହର,
ସେଇ ଆଉ କେହି ନୁହଁ ଅତି ଆପଣାର ବ୍ରହ୍ମପୁର ।
ଡାକୁଛନ୍ତି ଭକ୍ତଗଣ ମା'ଙ୍କୁ ଦେଇ ମନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ ।।୧।।
ସେ ଯେ ଜଗତଜନନୀ ଶୁଣନ୍ତି ସମସ୍ତଙ୍କ କଥା,
ଅନାଇଦେଲେ ଥରେ ମୁଖମଣ୍ଡଳକୁ ଦୂର ହୁଏ ବ୍ୟଥା ।
ହାସଖୁସି ହେଇ ଚାଲିଛି ସହରେ ନାମ ସଂକୀର୍ତ୍ତନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ ।।୨।।
ଦଶଭୁଜା ମା ସେ ମହିଷାମରଦିନୀ,
ମମତାର ସିନ୍ଧୁ ପୁଣି ବିଶ୍ୱ ଦୁଃଖହାରିଣୀ ।
କଥାରେ ଅଛି ମା' ହୃଦୟ ପରା ସେନେହଭରା କାନନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ ।।୩।।
ନାଚୁଛି ଆଜି ଧରା ଶ୍ୟାମଳ କ୍ଷେତରେ,
ଭରି ଯାଉ ସୁଖଶାନ୍ତି ମା'ଙ୍କ ଆଶିଷରେ ।
କରୁଛି ସେଇ ମାଙ୍କୁ ଶତବାର ପ୍ରଣାମ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ ।।୪।।
ଶିବ କୁମାର ପଣ୍ଡା
ଜରଡା ଗଡ଼, ବ୍ରହ୍ମପୁର, ଗଂଜାମ
ମୋବାଇଲ-9438101090
Title of poem: Abhinandan,By Siba k Panda
ଝଲସୁଛି ଆଜି ଆଲୋକରେ ଆମ ରେଶମୀ ସହର,
ସେଇ ଆଉ କେହି ନୁହଁ ଅତି ଆପଣାର ବ୍ରହ୍ମପୁର ।
ଡାକୁଛନ୍ତି ଭକ୍ତଗଣ ମା'ଙ୍କୁ ଦେଇ ମନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ ।।୧।।
ସେ ଯେ ଜଗତଜନନୀ ଶୁଣନ୍ତି ସମସ୍ତଙ୍କ କଥା,
ଅନାଇଦେଲେ ଥରେ ମୁଖମଣ୍ଡଳକୁ ଦୂର ହୁଏ ବ୍ୟଥା ।
ହାସଖୁସି ହେଇ ଚାଲିଛି ସହରେ ନାମ ସଂକୀର୍ତ୍ତନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ ।।୨।।
ଦଶଭୁଜା ମା ସେ ମହିଷାମରଦିନୀ,
ମମତାର ସିନ୍ଧୁ ପୁଣି ବିଶ୍ୱ ଦୁଃଖହାରିଣୀ ।
କଥାରେ ଅଛି ମା' ହୃଦୟ ପରା ସେନେହଭରା କାନନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ ।।୩।।
ନାଚୁଛି ଆଜି ଧରା ଶ୍ୟାମଳ କ୍ଷେତରେ,
ଭରି ଯାଉ ସୁଖଶାନ୍ତି ମା'ଙ୍କ ଆଶିଷରେ ।
କରୁଛି ସେଇ ମାଙ୍କୁ ଶତବାର ପ୍ରଣାମ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ ।।୪।।
ଶିବ କୁମାର ପଣ୍ଡା
ଜରଡା ଗଡ଼, ବ୍ରହ୍ମପୁର, ଗଂଜାମ
ମୋବାଇଲ-9438101090
Tuesday, 19 September 2017
Subscribe to:
Posts (Atom)