Wednesday 7 March 2018

ଶରୀରଟା ଥକି ଗଲାଣି

ଶରୀରଟା ଥକି ଗଲାଣି
............................

ରକ୍ତ ମାଂସ ରେ ଗଢା ଏଇ ଶରୀରଟା ଥକି ଗଲାଣି,
ଲୋଡ଼ା ଟିକିଏ ବିଶ୍ରାମ ।
ବୁଲିଛି ସେ ହିମାଚଳ ଠାର କୋଏମ୍ବ।ତୁରୁ ,
ନିଭେଇଛି ଅଙ୍ଗେ ପ୍ରତି ମୁହୂର୍ତ୍ତର  ସ୍ପନ୍ଦନକୁ,
ପାଇଛି ସଦା ବିଫଳତାର ଆଭାସ ।

ସମୟ ଆଜି ସବୁ ସାରି ଦେଇଛି,
ସଜେଇଛି ତାକୁ ଅସ୍ତି ବିହୀନ ପିଣ୍ଡୁଳା ,
ଯଉ ପଟେ ଗଡେଇବ ,ଗଡୁଛି ସେ ।

ମିଟିକି ମିଟିକି ଆଖି ରେ ସବୁ ଦେଖୁଛି,
କିନ୍ତୁ କହି ଆଉ ପାରୁନି,
ହରାଇଛି ସବୁ କିଛି ,ହେଇଚି ବାଚାଳ ।
କହୁଛି ମୁଁ ସବୁ କରିପାରିବି,
ହେଲେ ନାହିଁ ଆଉ ବୟସ,ନାହିଁ ସେ ସମୟ ।

ଖୋଜି ବୁଲୁଛି ପାଇବାକୁ ଟିକେ ସ୍ନେହ ଆଉ ଆଦର,
ସବୁଠି ଲୋକ କରୁଛନ୍ତି  ହତାଦର ।

ଆଜି ବି ମନେ ,ରଖିଛିି ସେ ବିଶ୍ୱାସ ,
ଖୋଜୁଛି ବଞ୍ଚିବାର ରାହା,ବୁଢା ବରଗଛ ଭଳି,
ସବୁବେଳେ ହେଉଛି ନୀରବରେ କଥା,
ହସି ହସି ,କେଜାଣି କାହା ସହ ?
କୁହେ ତୁ ଟିକେ ସାହାରା ଦେବୁ ନା,
ସାଥି ହେଇ ବଞ୍ଚିଯିବି ସବୁ ଦିନ ।
.........................................................
                                    ଶିବ କୁମାର ପଣ୍ଡା