Friday 1 June 2018

ପାରିଜାତ ତା ପରିଚୟ

💐💐ପାରିଜାତ ତା ପରିଚୟ💐💐
        ©Siba K Panda
----------------------------------------------
କଅଁଳିଆ କିରଣ ଅପେକ୍ଷାରେ,
ନିରୀହ ବିହଙ୍ଗଙ୍କ କିଚିରି ମିଚିରି ଶବ୍ଦର ଅପେକ୍ଷାରେ,
ଏକ  ନିବିଡ଼ ବନ୍ଧନର ଅପେକ୍ଷାରେ,
ଯୋଉଠି ଥିବି ଖାଲି ମୁଁ ଏକା,
ବଞ୍ଚୁଥିବି ଏକ ଲକ୍ଷ୍ୟରେ,ମରୁଥିବି ଏକ ଅଭିଳାସାରେ ,
ଖୋଜୁଥିବି  ଏକ ଭରଷାରେ ,ଏକ ପରିଚୟରେ  । ୧।

ଗମ୍ଭୀରତା, ମୌନତା, ନୀରବତା ପରିପ୍ରେକ୍ଷୀରେ,
ଏକ ଅନନ୍ୟ ପରିଚୟ ,ଯିଏ ଖେଳେ ଲୁଚକାଳି,
କିଏ ସେ ?    । ୨।

ତା ପ୍ରତି ପୂର୍ଣ୍ଣଛେଦରେ  ବାକ୍ୟର ଆରମ୍ଭ,
ତା  ପ୍ରତି ଅମାବାସ୍ୟା ରେ ଉଦିତ ପୂର୍ଣ୍ଣଚନ୍ଦ୍ର,
ତା କୋମଳ କିରଣରେ ଶିହିତ ହୁଏ କାୟା,
ଯିଏ ମୋହିନୀ ଲଗେଇ ଦିଏ,କରେ ବଶୀଭୂତ   ।୩।

ତା'ର ଅଛି ଏକ ସୁନ୍ଦର ରାଇଜ,ଅଛି ବି ଗୋଟେ ପରିବାର,
ପରିବାର କହିଲେ ମୁଁ ବୁଝେ ଅଲଗା,ହଁ ଯିଏ ଯେମିତି ବୁଝିବ,
ଏକ ନିଶ୍ଚିନ୍ତ ପରିବେଶ, ଏକ ହୃଦୟ ଜିଣୁ ଥିବା ପ୍ରକୃତି,
ଯାହା ସହ କରିବି ଝଗଡା, କରିବି ଅଭିମାନ ।
ରହିବି ସାଥେ ସାଥେ, ଚାଲିବି ତାଳେ ତାଳେ   ।୪।

ଆସ ମୋ ଆଡ଼କୁ ସମ୍ପର୍କର ହାତ ବଢ଼ାଇ ,
ସାଜିବି ତୁମ ସୌନ୍ଦର୍ଯ୍ୟ ର ଦାସ ,
ତୁମ ନାମକରଣ କରିବି,
ପରିଚିତ ହେବ ପାରିଜାତରେ  ।୫।
----------------------------------------
Title: "Parijata Tara Parichaya"
By : Siba K Panda
Also available @ :
sibakumarpanda.blogspot.com