Tuesday 13 February 2018

ପାଞ୍ଚ ମିନିଟର ସମ୍ପର୍କ

ପାଞ୍ଚ ମିନିଟର ସମ୍ପର୍କ💐
Pancha Minitara Samparka 
             By Siba K. Panda
.................................................
କହୁଛି ,ଏଇ ସମ୍ପର୍କ ସବୁଠୁ ନିଆରା ଆଜି,
ଇଚ୍ଛା ହୁଏ ନାଚିବାକୁ ଏକା ,ବର୍ଷା ରେ ଭିଜି ।
ଥିଲା ଏକ ପ୍ରୀତି ଭରା ଚାହାଣି,
ଗୋଟିଏ ଦେଖାରେ ରାଜଧାନୀ ତୀରେ ମନ ନେଇଥିଲା କିଣି ।
ମନେ ବହିଯାଇଥିଲା ମୂଷଳ ଧାରାରେ କାଠଯୋଡ଼ି ନଈ ,
                        ଥିଲା ପାଞ୍ଚ ମିନିଟର ସମ୍ପର୍କ ସେଇ  ।। ୧।।
ହେଇଯାଇଥିଲା ଭାବ ମାତ୍ର ଷାଠିଏ ସେକେଣ୍ଡର,
ଲାଗୁଥିଲା ସତେ ଯେମିତି ସାଥି ହୃଦୟର ।
ଏକ ଲୟରେ ଚାହିଁଥିଲି ଚାହା ପିଇ ପିଇ,
ଲାଗୁଥିଲା ଯେମିତି ଅଭିନୟ କରୁଛି କାହା ପାଇଁ ।
ଲେଖିଯାଉଥିଲି କଲମରେ ଭାବପ୍ରବଣ ହେଇ,
          ଥିଲା ପାଞ୍ଚ ମିନିଟର ସମ୍ପର୍କ ସେଇ   ।।୨।।

ସ୍ୱଳ୍ପ ସମୟର ଦେଖାରେ ଯାଇଥିଲା ମନ ହଜି ,
ତା ସବୁ କଥାରେ ହଁ ମାରୁଥିଲି ଆଖି ବୁଜି ।
ଆଖି ବୁଜି ଚାଲିଲେ ବି ପାଇ ଯାଉଥିଲି ବାଟ ,
ଏବେ ଭାବୁଛି ଥିଲା ସବୁ ସେଇ ସମ୍ପର୍କର ନାଟ ।
ସମୟ ସରିଲା, ହଜିଗଲା ଜନ ଗହଳିରେ ସେଇ ,
          ଥିଲା ପାଞ୍ଚ ମିନିଟର ସମ୍ପର୍କ ସେଇ   ।।୩।।
                             ..................................
                                     ଶିବ କୁମାର ପଣ୍ଡା

No comments:

Post a Comment