Sunday 18 February 2018

ସପନର ଘର(Sapanara Ghara)

ସପନର ଘର: ବାଲିଘର
                ଶିବ କୁମାର ପଣ୍ଡା
*******************

ଆହା କି ସୁନ୍ଦର ଭାବନା,
ବିତିଯାଏ ସମୟ ତାକୁ ଚାହିଁ ଚାହିଁ,
ନୀଳ ଆକାଶରେ ଲୀନ ସେଇ ସାଗର,
ବିସ୍ତାରିତ ବକ୍ଷରେ ସମସ୍ତଙ୍କୁ ବାଣ୍ଟି ଚାଲେ ଆଦର ।

ଥିବ ତା ତଟେ ଏକ ସୁନ୍ଦର ଘର,
ବାରଣ୍ଡାରେ ବସିଥିବି ଖାଲି ମୁଁ,
ଆସିବ ତୁମେ ମୋ ଆଡକୁ ଓଢଣା ଦେଇ,
ଠିକ ଯେମିତି ସାଗରେ ଢେଉ ଭଳି,
ପିନ୍ଧିଥିଲ ନାନା ଅଳଙ୍କାର ।

ଚାହିଁଦେଲ ମୋତେ ଓଢଣା ଟେକି,
ପଦ ସ୍ପର୍ଶ କଲ ,ଭାବିଲି କେଡେ ଉଦାର ହୃଦୟ,
ଲାଖି ଗଲା ମନଟା ତୁମକୁ ଦେଖି ,
କହିଲ ,ଏଠି କଣ କରୁଚ ?
କିଛି ନ ଶୁଣି ଏକ ଲୟରେ ଚାଂହୁଥିଲି ।

ହାତରେ  ଡାକି ଭାଙ୍ଗିଦେଲ ମୋ ନୀରବତାକୁ,
କହିଲ, କଣ ଭାବୁଛ ଯେ ଏତେ?
କହିଲି , ଇଚ୍ଛା ହଉଛି ଏକ ଘର ତୋଳିବାକୁ,
ଥିବା ସେଠି ଆମେ ଦୁଇ ଜଣ ,
ଆଉ ସେଇ ସେନେହ ଭରା ସାଗର ଅଣୁ-ପରମାଣୁ ।

କଥା କୁହା ସେମାନେ, ଠିକ ବୁଝନ୍ତି ସୁଖ ଦୁଃଖ,
ହସିଲା ଲୁହ ର ମହତ୍ୱ ,କାନ୍ଦିଲା ଲୁହର ବି ମହତ୍ୱ,
ମିଳେଇଦେବେ ତାକୁ ସାଗର ବକ୍ଷରେ ବିନା ଦ୍ଵନ୍ଦରେ ,
କଷ୍ଟ ବି ଦୂର ହେବ,ହେଲେ ଖାଲି ତୁମ ହାତ ଲୋଡ଼ା ।

ତୁମେ କହିଲ, ଏଇଟା ଗୋଟେ କଥା ,
ଚାଲ, ଏକାଠି ହେଇ କଥା ହେବା , ସମୟ ଗଡି ଯାଉଛି,
ଆଉ ଗଢିବା ଏକ ସୁନ୍ଦର ବାଲିଘର ।

*******************************
© ସପନର ଘର:ବାଲିଘର
ଶିବ କୁମାର ପଣ୍ଡା
Siba K. Panda

No comments:

Post a Comment