Sunday, 18 February 2018

ସପନର ଘର(Sapanara Ghara)

ସପନର ଘର: ବାଲିଘର
                ଶିବ କୁମାର ପଣ୍ଡା
*******************

ଆହା କି ସୁନ୍ଦର ଭାବନା,
ବିତିଯାଏ ସମୟ ତାକୁ ଚାହିଁ ଚାହିଁ,
ନୀଳ ଆକାଶରେ ଲୀନ ସେଇ ସାଗର,
ବିସ୍ତାରିତ ବକ୍ଷରେ ସମସ୍ତଙ୍କୁ ବାଣ୍ଟି ଚାଲେ ଆଦର ।

ଥିବ ତା ତଟେ ଏକ ସୁନ୍ଦର ଘର,
ବାରଣ୍ଡାରେ ବସିଥିବି ଖାଲି ମୁଁ,
ଆସିବ ତୁମେ ମୋ ଆଡକୁ ଓଢଣା ଦେଇ,
ଠିକ ଯେମିତି ସାଗରେ ଢେଉ ଭଳି,
ପିନ୍ଧିଥିଲ ନାନା ଅଳଙ୍କାର ।

ଚାହିଁଦେଲ ମୋତେ ଓଢଣା ଟେକି,
ପଦ ସ୍ପର୍ଶ କଲ ,ଭାବିଲି କେଡେ ଉଦାର ହୃଦୟ,
ଲାଖି ଗଲା ମନଟା ତୁମକୁ ଦେଖି ,
କହିଲ ,ଏଠି କଣ କରୁଚ ?
କିଛି ନ ଶୁଣି ଏକ ଲୟରେ ଚାଂହୁଥିଲି ।

ହାତରେ  ଡାକି ଭାଙ୍ଗିଦେଲ ମୋ ନୀରବତାକୁ,
କହିଲ, କଣ ଭାବୁଛ ଯେ ଏତେ?
କହିଲି , ଇଚ୍ଛା ହଉଛି ଏକ ଘର ତୋଳିବାକୁ,
ଥିବା ସେଠି ଆମେ ଦୁଇ ଜଣ ,
ଆଉ ସେଇ ସେନେହ ଭରା ସାଗର ଅଣୁ-ପରମାଣୁ ।

କଥା କୁହା ସେମାନେ, ଠିକ ବୁଝନ୍ତି ସୁଖ ଦୁଃଖ,
ହସିଲା ଲୁହ ର ମହତ୍ୱ ,କାନ୍ଦିଲା ଲୁହର ବି ମହତ୍ୱ,
ମିଳେଇଦେବେ ତାକୁ ସାଗର ବକ୍ଷରେ ବିନା ଦ୍ଵନ୍ଦରେ ,
କଷ୍ଟ ବି ଦୂର ହେବ,ହେଲେ ଖାଲି ତୁମ ହାତ ଲୋଡ଼ା ।

ତୁମେ କହିଲ, ଏଇଟା ଗୋଟେ କଥା ,
ଚାଲ, ଏକାଠି ହେଇ କଥା ହେବା , ସମୟ ଗଡି ଯାଉଛି,
ଆଉ ଗଢିବା ଏକ ସୁନ୍ଦର ବାଲିଘର ।

*******************************
© ସପନର ଘର:ବାଲିଘର
ଶିବ କୁମାର ପଣ୍ଡା
Siba K. Panda

Tuesday, 13 February 2018

ପାଞ୍ଚ ମିନିଟର ସମ୍ପର୍କ

ପାଞ୍ଚ ମିନିଟର ସମ୍ପର୍କ💐
Pancha Minitara Samparka 
             By Siba K. Panda
.................................................
କହୁଛି ,ଏଇ ସମ୍ପର୍କ ସବୁଠୁ ନିଆରା ଆଜି,
ଇଚ୍ଛା ହୁଏ ନାଚିବାକୁ ଏକା ,ବର୍ଷା ରେ ଭିଜି ।
ଥିଲା ଏକ ପ୍ରୀତି ଭରା ଚାହାଣି,
ଗୋଟିଏ ଦେଖାରେ ରାଜଧାନୀ ତୀରେ ମନ ନେଇଥିଲା କିଣି ।
ମନେ ବହିଯାଇଥିଲା ମୂଷଳ ଧାରାରେ କାଠଯୋଡ଼ି ନଈ ,
                        ଥିଲା ପାଞ୍ଚ ମିନିଟର ସମ୍ପର୍କ ସେଇ  ।। ୧।।
ହେଇଯାଇଥିଲା ଭାବ ମାତ୍ର ଷାଠିଏ ସେକେଣ୍ଡର,
ଲାଗୁଥିଲା ସତେ ଯେମିତି ସାଥି ହୃଦୟର ।
ଏକ ଲୟରେ ଚାହିଁଥିଲି ଚାହା ପିଇ ପିଇ,
ଲାଗୁଥିଲା ଯେମିତି ଅଭିନୟ କରୁଛି କାହା ପାଇଁ ।
ଲେଖିଯାଉଥିଲି କଲମରେ ଭାବପ୍ରବଣ ହେଇ,
          ଥିଲା ପାଞ୍ଚ ମିନିଟର ସମ୍ପର୍କ ସେଇ   ।।୨।।

ସ୍ୱଳ୍ପ ସମୟର ଦେଖାରେ ଯାଇଥିଲା ମନ ହଜି ,
ତା ସବୁ କଥାରେ ହଁ ମାରୁଥିଲି ଆଖି ବୁଜି ।
ଆଖି ବୁଜି ଚାଲିଲେ ବି ପାଇ ଯାଉଥିଲି ବାଟ ,
ଏବେ ଭାବୁଛି ଥିଲା ସବୁ ସେଇ ସମ୍ପର୍କର ନାଟ ।
ସମୟ ସରିଲା, ହଜିଗଲା ଜନ ଗହଳିରେ ସେଇ ,
          ଥିଲା ପାଞ୍ଚ ମିନିଟର ସମ୍ପର୍କ ସେଇ   ।।୩।।
                             ..................................
                                     ଶିବ କୁମାର ପଣ୍ଡା

Wednesday, 27 September 2017

Siba k.Pandas Blog: Poem Title: Abhinandan / ଅଭିନନ୍ଦନ

Siba k.Pandas Blog: Poem Title: Abhinandan / ଅଭିନନ୍ଦନ

Poem Title: Abhinandan / ଅଭିନନ୍ଦନ

                               ଅଭିନନ୍ଦନ
Title of poem: Abhinandan,By Siba k Panda

ଝଲସୁଛି ଆଜି ଆଲୋକରେ ଆମ ରେଶମୀ ସହର,
ସେଇ ଆଉ କେହି ନୁହଁ ଅତି ଆପଣାର ବ୍ରହ୍ମପୁର ।
ଡାକୁଛନ୍ତି ଭକ୍ତଗଣ ମା'ଙ୍କୁ ଦେଇ ମନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ    ।।୧।।

ସେ ଯେ ଜଗତଜନନୀ ଶୁଣନ୍ତି ସମସ୍ତଙ୍କ କଥା,
ଅନାଇଦେଲେ ଥରେ ମୁଖମଣ୍ଡଳକୁ ଦୂର ହୁଏ ବ୍ୟଥା ।
ହାସଖୁସି ହେଇ ଚାଲିଛି ସହରେ ନାମ ସଂକୀର୍ତ୍ତନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ    ।।୨।।

ଦଶଭୁଜା ମା ସେ ମହିଷାମରଦିନୀ,
ମମତାର ସିନ୍ଧୁ ପୁଣି ବିଶ୍ୱ ଦୁଃଖହାରିଣୀ ।
କଥାରେ ଅଛି ମା' ହୃଦୟ ପରା ସେନେହଭରା କାନନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ    ।।୩।।

ନାଚୁଛି ଆଜି ଧରା ଶ୍ୟାମଳ କ୍ଷେତରେ,
ଭରି ଯାଉ ସୁଖଶାନ୍ତି ମା'ଙ୍କ ଆଶିଷରେ ।
କରୁଛି ସେଇ ମାଙ୍କୁ ଶତବାର ପ୍ରଣାମ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ    ।।୪।।

                                             ଶିବ କୁମାର ପଣ୍ଡା
                                       ଜରଡା ଗଡ଼, ବ୍ରହ୍ମପୁର, ଗଂଜାମ
                                        ମୋବାଇଲ-9438101090                





Tuesday, 19 September 2017

Poem title: Achanaka/ ଅଚାନକ

Poem written by Siba k. panda
Title: Achanaka /  ଅଚାନକ
Published on 19/9/2017

Regards
Siba k. Panda

Sunday, 27 August 2017

Jatni Ganesh puja_ଜଟଣୀ ଗଣେଷ ପୂଜା-2017

ଜଟଣୀ ଗଣେଶ ପୂଜା-୨୦୧୭
__________________________
                 Time: 6.30pm, Date:27/08/2017


ଚାଲିଛି ଜଟଣୀ ସହରେ ଏବେ ଗଣେଶ ପୂଜା,
ଝଲସୁଛି ଆଲୋକରେ ଦେଖି ଲାଗେ କେତେ ମଜା  ।

ଆନନ୍ଦରେ ବୁଲୁଛନ୍ତି ଲୋକେ ସନ୍ଧ୍ୟା ସମୟରେ,
ହସଖୁସିରେ ରେ ମାତିଛନ୍ତି ଜଟଣୀବାସି ଉଲ୍ଲାସରେ ।

ମୀନା ବଜାର ସାଙ୍ଗକୁ ଆସିଛି ରାମ ଦୋଳି,
ଚାଟ କୁ ଲଙ୍କା ଚପ ର ମଜା ଭଳିକି ଭଳି ।

ଆସିଛନ୍ତି ଗଜାନନ ବରଷକେ ଥରେ,
ମାଗିବା ମିଶି ଆଶିଷ ଆଉ ସବୁ କାମ ପରେ ।
                              ଜୟ ଗଣେଷ ।



ଶିବ କୁମାର ପଣ୍ଡା
Siba k. Panda







Thought of the Moments_ 27/8/2017 @ 5.52pm

Thought of the moment@5.52pm on 27/8/17
_____________________________________________

I love to listen music and to write poems too.
When I am happy I just enjoy the music but when sad I understand the lyrics & try to write my own lyrics.
Poem_Lyrics is my painkiller.


Regards,
Siba k panda