Wednesday, 25 April 2018

"ଅନୁପମା ତୁମେ"

💐 "ଅନୁପମା ତୁମେ"💐
     ©Siba K Panda 🖊🖋🖊
---------------------------------------------
ଅନୁପମା ତୁମେ ମୋ ଶବ୍ଦର ଭଣ୍ଡାର,
ତୁମ ବିନା ଲାଗେ ମୋ ଦୁନିଆ ହାହାକାର ।
ଅନୁପମା ତୁମେ ମୋ ଜୀବନ ପରିଚୟ ,
ସଦା ଖୋଜୁଥିବି ତୁମକୁ ମନ ସାଗରେ ନିଶ୍ଚୟ ।
ହେଲେ କିଏ ସେ ଅନୁପମା ?   ।୧।

ସେଇ ଅନୁଭବିର ଛଳନା,ସତେ ଯେମିତି କିଛି ଜାଣିନି ।
ରୂପ ,ଗୁଣବତୀ ଭରା ଏକ ଜୀବନ୍ତ ମୁଖମଣ୍ଡଳ ,
ଯାହାକୁ କୁହେ ତୁମେ ମୋ ଅନୁପମା ।   । ୨।

ଅଟକି ଯାଏ ମନଟା ତା ଉପମାକୁ ଦେଖି ,
ହଁ ,କେମିତି ବା ହଟିବ? ଅତି ଲୋଭନୀୟ ଓ ବିରଳ ।
ଯିଏ ପ୍ରତି ମୁହୂର୍ତ୍ତରେ କରେ ଇଙ୍ଗିତ ,
କିନ୍ତୁ ସରଳତା ତା'ର ବଡ଼ପଣିଆ ,
ସିଏ ହିଁ ଅନୁପମା  ।   । ୩।

ହାତକୁ ହାତ ମିଶାଇ ବୁଲିଯାଏ ବହୁଦୂର ରାଇଜ ,
ହସେ  ଓ କାନ୍ଦେ ଏକା ସାଥେ ,
କୁହେ କାହା  ନଜର ଲାଗିଯିବନି ତ । ୪।

ଅନୁପମା ତୁମେ ନିଶ୍ୱାସର ସାଥି ,
ସବୁବେଳେ ଲାଗ ଜୀବନ ଅତିଥି ।
ସାଜିଛ ଆଜି ମୋ ଶବ୍ଦ ଭଣ୍ଡାରର ପ୍ରଥମ ଶବ୍ଦ,
ଯୋଉଠୁ ମୋ ବାକ୍ୟ ହୁଏ ଆରମ୍ଭ ।
ଉଇଁଥିଲ ନୀଳ ଆକାଶର ବିସ୍ତାରିତ ବକ୍ଷରେ ,
ହଜେଇ ଦେଉଥିଲ  ମୋ ଦିଗ ।
ହଁ ତୁମେ ହିଁ  ହୃଦୟର ଅନୁପମା।    ।୫।

ଅନୁପମା ତୁମେ  ନିରଳା ରାତିର ଶୀତଳ ଜୋଛନା ,
ମନ ଉଣା  ଆଉ ଜମା କରନା  ।
ନାଁଟି ବି ଭାରି ନିଆରା ,
ଆଜି ସାଜିଛ ତୁମେ ମୋ ସାହାରା ।
ଶୁଣୁଥିବି ସେଇ ଉଚ୍ଚାରଣ ସଦା ,
ତୁମ ବିନା ଖାଲି ମୁଁ ନୁହଁ ,ସଭିଙ୍କ ଜୀବନ ଅଧା ।
ହଁ ତୁମେ ହିଁ ଅନୁପମା ।      ।୬।
--------------------------------------------
©Siba Kumar Panda
Title:  "Anupama Tume"
Also Available@: sibakumarpanda.blogspot.com
----------------------------------------------

Wednesday, 7 March 2018

ଶରୀରଟା ଥକି ଗଲାଣି

ଶରୀରଟା ଥକି ଗଲାଣି
............................

ରକ୍ତ ମାଂସ ରେ ଗଢା ଏଇ ଶରୀରଟା ଥକି ଗଲାଣି,
ଲୋଡ଼ା ଟିକିଏ ବିଶ୍ରାମ ।
ବୁଲିଛି ସେ ହିମାଚଳ ଠାର କୋଏମ୍ବ।ତୁରୁ ,
ନିଭେଇଛି ଅଙ୍ଗେ ପ୍ରତି ମୁହୂର୍ତ୍ତର  ସ୍ପନ୍ଦନକୁ,
ପାଇଛି ସଦା ବିଫଳତାର ଆଭାସ ।

ସମୟ ଆଜି ସବୁ ସାରି ଦେଇଛି,
ସଜେଇଛି ତାକୁ ଅସ୍ତି ବିହୀନ ପିଣ୍ଡୁଳା ,
ଯଉ ପଟେ ଗଡେଇବ ,ଗଡୁଛି ସେ ।

ମିଟିକି ମିଟିକି ଆଖି ରେ ସବୁ ଦେଖୁଛି,
କିନ୍ତୁ କହି ଆଉ ପାରୁନି,
ହରାଇଛି ସବୁ କିଛି ,ହେଇଚି ବାଚାଳ ।
କହୁଛି ମୁଁ ସବୁ କରିପାରିବି,
ହେଲେ ନାହିଁ ଆଉ ବୟସ,ନାହିଁ ସେ ସମୟ ।

ଖୋଜି ବୁଲୁଛି ପାଇବାକୁ ଟିକେ ସ୍ନେହ ଆଉ ଆଦର,
ସବୁଠି ଲୋକ କରୁଛନ୍ତି  ହତାଦର ।

ଆଜି ବି ମନେ ,ରଖିଛିି ସେ ବିଶ୍ୱାସ ,
ଖୋଜୁଛି ବଞ୍ଚିବାର ରାହା,ବୁଢା ବରଗଛ ଭଳି,
ସବୁବେଳେ ହେଉଛି ନୀରବରେ କଥା,
ହସି ହସି ,କେଜାଣି କାହା ସହ ?
କୁହେ ତୁ ଟିକେ ସାହାରା ଦେବୁ ନା,
ସାଥି ହେଇ ବଞ୍ଚିଯିବି ସବୁ ଦିନ ।
.........................................................
                                    ଶିବ କୁମାର ପଣ୍ଡା

Sunday, 18 February 2018

ସପନର ଘର(Sapanara Ghara)

ସପନର ଘର: ବାଲିଘର
                ଶିବ କୁମାର ପଣ୍ଡା
*******************

ଆହା କି ସୁନ୍ଦର ଭାବନା,
ବିତିଯାଏ ସମୟ ତାକୁ ଚାହିଁ ଚାହିଁ,
ନୀଳ ଆକାଶରେ ଲୀନ ସେଇ ସାଗର,
ବିସ୍ତାରିତ ବକ୍ଷରେ ସମସ୍ତଙ୍କୁ ବାଣ୍ଟି ଚାଲେ ଆଦର ।

ଥିବ ତା ତଟେ ଏକ ସୁନ୍ଦର ଘର,
ବାରଣ୍ଡାରେ ବସିଥିବି ଖାଲି ମୁଁ,
ଆସିବ ତୁମେ ମୋ ଆଡକୁ ଓଢଣା ଦେଇ,
ଠିକ ଯେମିତି ସାଗରେ ଢେଉ ଭଳି,
ପିନ୍ଧିଥିଲ ନାନା ଅଳଙ୍କାର ।

ଚାହିଁଦେଲ ମୋତେ ଓଢଣା ଟେକି,
ପଦ ସ୍ପର୍ଶ କଲ ,ଭାବିଲି କେଡେ ଉଦାର ହୃଦୟ,
ଲାଖି ଗଲା ମନଟା ତୁମକୁ ଦେଖି ,
କହିଲ ,ଏଠି କଣ କରୁଚ ?
କିଛି ନ ଶୁଣି ଏକ ଲୟରେ ଚାଂହୁଥିଲି ।

ହାତରେ  ଡାକି ଭାଙ୍ଗିଦେଲ ମୋ ନୀରବତାକୁ,
କହିଲ, କଣ ଭାବୁଛ ଯେ ଏତେ?
କହିଲି , ଇଚ୍ଛା ହଉଛି ଏକ ଘର ତୋଳିବାକୁ,
ଥିବା ସେଠି ଆମେ ଦୁଇ ଜଣ ,
ଆଉ ସେଇ ସେନେହ ଭରା ସାଗର ଅଣୁ-ପରମାଣୁ ।

କଥା କୁହା ସେମାନେ, ଠିକ ବୁଝନ୍ତି ସୁଖ ଦୁଃଖ,
ହସିଲା ଲୁହ ର ମହତ୍ୱ ,କାନ୍ଦିଲା ଲୁହର ବି ମହତ୍ୱ,
ମିଳେଇଦେବେ ତାକୁ ସାଗର ବକ୍ଷରେ ବିନା ଦ୍ଵନ୍ଦରେ ,
କଷ୍ଟ ବି ଦୂର ହେବ,ହେଲେ ଖାଲି ତୁମ ହାତ ଲୋଡ଼ା ।

ତୁମେ କହିଲ, ଏଇଟା ଗୋଟେ କଥା ,
ଚାଲ, ଏକାଠି ହେଇ କଥା ହେବା , ସମୟ ଗଡି ଯାଉଛି,
ଆଉ ଗଢିବା ଏକ ସୁନ୍ଦର ବାଲିଘର ।

*******************************
© ସପନର ଘର:ବାଲିଘର
ଶିବ କୁମାର ପଣ୍ଡା
Siba K. Panda

Tuesday, 13 February 2018

ପାଞ୍ଚ ମିନିଟର ସମ୍ପର୍କ

ପାଞ୍ଚ ମିନିଟର ସମ୍ପର୍କ💐
Pancha Minitara Samparka 
             By Siba K. Panda
.................................................
କହୁଛି ,ଏଇ ସମ୍ପର୍କ ସବୁଠୁ ନିଆରା ଆଜି,
ଇଚ୍ଛା ହୁଏ ନାଚିବାକୁ ଏକା ,ବର୍ଷା ରେ ଭିଜି ।
ଥିଲା ଏକ ପ୍ରୀତି ଭରା ଚାହାଣି,
ଗୋଟିଏ ଦେଖାରେ ରାଜଧାନୀ ତୀରେ ମନ ନେଇଥିଲା କିଣି ।
ମନେ ବହିଯାଇଥିଲା ମୂଷଳ ଧାରାରେ କାଠଯୋଡ଼ି ନଈ ,
                        ଥିଲା ପାଞ୍ଚ ମିନିଟର ସମ୍ପର୍କ ସେଇ  ।। ୧।।
ହେଇଯାଇଥିଲା ଭାବ ମାତ୍ର ଷାଠିଏ ସେକେଣ୍ଡର,
ଲାଗୁଥିଲା ସତେ ଯେମିତି ସାଥି ହୃଦୟର ।
ଏକ ଲୟରେ ଚାହିଁଥିଲି ଚାହା ପିଇ ପିଇ,
ଲାଗୁଥିଲା ଯେମିତି ଅଭିନୟ କରୁଛି କାହା ପାଇଁ ।
ଲେଖିଯାଉଥିଲି କଲମରେ ଭାବପ୍ରବଣ ହେଇ,
          ଥିଲା ପାଞ୍ଚ ମିନିଟର ସମ୍ପର୍କ ସେଇ   ।।୨।।

ସ୍ୱଳ୍ପ ସମୟର ଦେଖାରେ ଯାଇଥିଲା ମନ ହଜି ,
ତା ସବୁ କଥାରେ ହଁ ମାରୁଥିଲି ଆଖି ବୁଜି ।
ଆଖି ବୁଜି ଚାଲିଲେ ବି ପାଇ ଯାଉଥିଲି ବାଟ ,
ଏବେ ଭାବୁଛି ଥିଲା ସବୁ ସେଇ ସମ୍ପର୍କର ନାଟ ।
ସମୟ ସରିଲା, ହଜିଗଲା ଜନ ଗହଳିରେ ସେଇ ,
          ଥିଲା ପାଞ୍ଚ ମିନିଟର ସମ୍ପର୍କ ସେଇ   ।।୩।।
                             ..................................
                                     ଶିବ କୁମାର ପଣ୍ଡା

Wednesday, 27 September 2017

Siba k.Pandas Blog: Poem Title: Abhinandan / ଅଭିନନ୍ଦନ

Siba k.Pandas Blog: Poem Title: Abhinandan / ଅଭିନନ୍ଦନ

Poem Title: Abhinandan / ଅଭିନନ୍ଦନ

                               ଅଭିନନ୍ଦନ
Title of poem: Abhinandan,By Siba k Panda

ଝଲସୁଛି ଆଜି ଆଲୋକରେ ଆମ ରେଶମୀ ସହର,
ସେଇ ଆଉ କେହି ନୁହଁ ଅତି ଆପଣାର ବ୍ରହ୍ମପୁର ।
ଡାକୁଛନ୍ତି ଭକ୍ତଗଣ ମା'ଙ୍କୁ ଦେଇ ମନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ    ।।୧।।

ସେ ଯେ ଜଗତଜନନୀ ଶୁଣନ୍ତି ସମସ୍ତଙ୍କ କଥା,
ଅନାଇଦେଲେ ଥରେ ମୁଖମଣ୍ଡଳକୁ ଦୂର ହୁଏ ବ୍ୟଥା ।
ହାସଖୁସି ହେଇ ଚାଲିଛି ସହରେ ନାମ ସଂକୀର୍ତ୍ତନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ    ।।୨।।

ଦଶଭୁଜା ମା ସେ ମହିଷାମରଦିନୀ,
ମମତାର ସିନ୍ଧୁ ପୁଣି ବିଶ୍ୱ ଦୁଃଖହାରିଣୀ ।
କଥାରେ ଅଛି ମା' ହୃଦୟ ପରା ସେନେହଭରା କାନନ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ    ।।୩।।

ନାଚୁଛି ଆଜି ଧରା ଶ୍ୟାମଳ କ୍ଷେତରେ,
ଭରି ଯାଉ ସୁଖଶାନ୍ତି ମା'ଙ୍କ ଆଶିଷରେ ।
କରୁଛି ସେଇ ମାଙ୍କୁ ଶତବାର ପ୍ରଣାମ,
ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ    ।।୪।।

                                             ଶିବ କୁମାର ପଣ୍ଡା
                                       ଜରଡା ଗଡ଼, ବ୍ରହ୍ମପୁର, ଗଂଜାମ
                                        ମୋବାଇଲ-9438101090                





Tuesday, 19 September 2017

Poem title: Achanaka/ ଅଚାନକ

Poem written by Siba k. panda
Title: Achanaka /  ଅଚାନକ
Published on 19/9/2017

Regards
Siba k. Panda